ଇସଲାମାବାଦ,୨।୧୧: ପାକିସ୍ତାନରେ ଆତଙ୍କବାଦ ବିରୋଧି ଆଇନ ହେବ ଆହୁରି ଶକ୍ତ। ବଢିବ ସୁରକ୍ଷାକର୍ମୀଙ୍କ ବଳ । ପାକିସ୍ତାନର ଅନ୍ତରୀଣ ମନ୍ତ୍ରୀ ମୋହସିନ ନକଭି ୧୯୯୭ ଆତଙ୍କବାଦୀ ନିରୋଧୀ ଆଇନରେ ସଂଶୋଧନ ଆଣିବାକୁ ବିଧାନସଭାରେ ଏକ ବିଲ୍ ଆଗତ କରିଛନ୍ତି । ଏହି ଆଇନ ସଂଶୋଧନ ପରେ ଚୋରାଚାଲାଣ, ଟାର୍ଗେଟ କିଲିଂ ଏବଂ ଅପହରଣ ସହ ଜଡିତ ଅପରାଧୀଙ୍କୁ ଗିରଫ କରାଯିବା ସହ ହେପାଜତରେ ନିଆଯିବାକୁ କ୍ଷମତା ମିଳିବ ।
ଏହି ବିଲ୍ ଆଗତ ସହ କୁହାଯାଇଛି କି, ୩ ମାସରୁ ଅଧିକ କୌଣସି ହେପାଜତ ନେଇ ପାକିସ୍ତାନ ସମ୍ବିଧାନର ଅନୁଚ୍ଚେଦ ୧୦-ଏ ଅନୁସାରେ ଟ୍ରାନ୍ସପରାଣ୍ଟ ଟ୍ରାଏଲ ଜରୁରୀ ହେବ । ଏଥିରେ ଏହା ସୁନିଶ୍ଚିତ କରାଯିବ କି ଅପରାଧ ସହ ସଦିଗ୍ଧଙ୍କୁ ଉଚିତ ଆଇନ ପ୍ରକ୍ରିୟା ଗ୍ରହଣ କରିବାକୁ ଅଧିକାର ମିଳିବ ।
ଏହା ପୂର୍ବରୁ, ଗତ ମାସରେ ଶେହବାଜ ସରିଫ କ୍ୟାବିନେଟ ଫେଡେରାଲ କ୍ୟାବିନେଟ ବାଲୁଚିସ୍ତାନର ସୁରକ୍ଷା ବାହିନୀକୁ ସ୍ବତନ୍ତ୍ର କ୍ଷମତା ପାଇଁ ୧୯୯୭ ଆତଙ୍କବାଦୀ ନିରୋଧୀ ଆଇନରେ ସଂଶୋଧନକୁ ଅନୁମୋଦନ କରିଥିଲା ।